ଏହା ଏକ ବିଷ୍ଣୁ ମନ୍ଦିର, ଶ୍ରୀ ଚୈତନ୍ୟ ମହାପ୍ରଭୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନବସର ସମୟରେ ଏଠାରେ ଅବସ୍ଥାନ କରିଥିଲେ । ଅନବସର ଦୁଇସପ୍ତାହ ସମୟର ଅଟେ, ଯେଉଁଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନ ପୂର୍ଣମୀ ଦିନ ଅମୁଦ୍ରା କୂଅର ୧୦୮ ଗରା ଜଳ ସ୍ନାନ କାରଣରୁ ଜ୍ଜରରେ ପଡି ଏଥିରୁ ଭଲ ହେବା ପର୍ଯ୍ୟନ୍ତ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି । ଏହି ସମୟରେ ସେ ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ, ତେଣୁ ଭଗବାନ ଚୈତନ୍ୟ ଅଶାନ୍ତି ହେଲେ, ଓ ଦୀର୍ଘ ପଥ ଖୋଜି ଖୋଜି ଯାଇ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଥିଲେ । ସେବେ ଠାରୁ ଏହି ବିଶ୍ୱାସ ରହିଆସିଛି ଯେ ଯଉଁମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅଣସର ସମୟରେ ଦର୍ଶନ କରିପାରୁ ନାହାନ୍ତି ସେମାନେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରି ପୂଣ୍ୟ ପ୍ରାପ୍ତି କରିବା ସହ ଆଶୀର୍ବାଦ ଲାଭ କରିପାରିବେ । ଅନବସର ସମୟରେ ହଜାର ହଜାର ଦର୍ଶନାର୍ଥୀ ଅଲାରନାଥ ମନ୍ଦିର ଦର୍ଶନରେ ଆସି ଭଗବାନଙ୍କର ଆଶୀର୍ବାଦ ଲାଭ କରିବା ସହ ଭଗବାନଙ୍କ ଖୀରି ଭୋଗକୁ ଲାଭ କରିଥାନ୍ତି ।
ବିମାନ ମାର୍ଗରେ
ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 80 କି ମି.
ସଡ଼କ ପଥରେ
ସଡକ ପଥରେ ଭୁବନେଶ୍ବର 80 କି ମି , ପୁରୀ 20 କି ମି
ରେଳଗାଡ଼ିରେ
ପୁରୀ ରେଳ ସ୍ଟେଶନ 20କି ମି