• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ପୁରୀ ବିଶ୍ଵ ପ୍ରସିଦ୍ଧ । ଏହା ଓଡିଶାର ପୂର୍ବ ସାମୁଦ୍ରିକ ତଟବର୍ତୀ ନିକଟରେ ଅବସ୍ଥାପିତ । ଏହା ଏକ ପ୍ରାଚୀନ ସହର ଏବଂ ଭାରତ ବର୍ଷର ଚାରୋଟି ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ମଧ୍ୟରୁ ଗୋଟିଏ । ମନ୍ଦିରର ଗଢଣ ଚୌହଦି ଚାରିଦିଗରେ ଅନେକ କ୍ଷୁଦ୍ରାକୃତ ଦେବପୁଜାସ୍ଥଳୀ ପରିବେଷ୍ଟିତ ହୋଇଅଛି । ଏହାରି ଚଉସୀମାରେ ଏକ ଦୀର୍ଘକାୟ ପ୍ରାଚୀର ସାଙ୍ଗକୁ ଚାରୋଟି ଉତ୍କର୍ଷଭରା ଦିଗ ନିର୍ନାୟକ ଦ୍ଵାର ଅଛି । ପୂର୍ବ ଦିଗ ଆଡକୁ ମୁହେଁଇଥିବା ଏହି ସିଂହଦ୍ଵାରଟି ହିଁ ମନ୍ଦିରର ମୁଖ୍ୟ ପ୍ରବେଶ ପଥ । ଉତ୍ତର, ଦକ୍ଷିଣ ଓ ପଶ୍ଚିମରେ ଥିବା ଦ୍ଵାର ରେ ହାତୀ, ଘୋଡା ତଥା ବାଘଙ୍କ ଜଗିଳା ପ୍ରତିମୂର୍ତି ଅବସ୍ଥିତ । ମନ୍ଦିରର ପରିସରରେ ମୁଖ୍ୟ ଆରାଧ୍ୟ ଦେବଦେବୀ ଭାବରେ ନୃସିଂହ, ବିମଳା ଏବଂ ଲକ୍ଷ୍ମୀ ବିରାଜିତ । ଏହା ଛଡା ଏଠାରେ ପଣ୍ଡିତଙ୍କ ମହାସଭା “ମୁକ୍ତିମଣ୍ଡପ” , ଆନନ୍ଦ ବଜାର, ସ୍ନାନ ମଣ୍ଡପ ଏବଂ ରୋଷେଇଘର ଅବସ୍ଥିତ ।

ଆକାଶ ପଥ:

ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଭୁବନେଶ୍ବର 60 କି. ମି. ।

ରେଳ ପଥ:

ପୁରୀ ରେଳ ସ୍ଟେଶନ 3 କି. ମି.।

ସଡ଼କ ପଥ:

ସଡକ ପଥରେ ଭୁବନେଶ୍ବର 60 କି. ମି. ।