• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା  ଅଧିକାରୀଙ୍କ କାର୍ଯ୍ୟ।ଳୟ, ପୁରୀ

ଆଭିମୁଖ୍ୟ :

  • ଜିଲ୍ଲାର ସମସ୍ତ ପ୍ରାଣୀ ସମ୍ପଦର ସ୍ୱାସ୍ଥ୍ୟ ରକ୍ଷା, କୃତ୍ରିମ ପ୍ରଜନନ ଦ୍ଵାରା ଉନ୍ନତ ମାନର ଗୋସମ୍ପଦର ସୃଷ୍ଟି , ଟୀକାକରଣ ଦ୍ଵାରା ସଂକ୍ରାମକ ରୋଗର ନିରାକରଣ, ତୃଣ ଉନ୍ନୟନ ଯୋଜନା ମାଧ୍ୟମରେ ଚାଷୀର ଉତ୍ପାଦନ ଖର୍ଚକୁ କମାଇବା ତଥା ସରକାରଙ୍କ ବିଭିନ୍ନ ପ୍ରାଣୀ ସମ୍ପଦ ବିକାଶ ଯୋଜନାରେ ଚାଷୀମାନଙ୍କୁ ଅନ୍ତର୍ଭୁକ୍ତ କରାଇ ସେମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ଏବଂ ବୀମାକରଣ ଯୋଜନା ମାଧ୍ୟମରେ ପ୍ରାଣୀମାନଙ୍କ ମୃତ୍ୟୁ ଜନିତ ଆର୍ଥିକ କ୍ଷତିରୁ ଚାଷୀମାନଙ୍କୁ ରକ୍ଷା କରିବା ।

ଆନୁଷ୍ଠାନିକ  ଭିତ୍ତିଭୂମି :

  • ଜିଲ୍ଲାରେ ଥିବା ଗୋଟିଏ ଜିଲ୍ଲାସ୍ତରୀୟ ପ୍ରାଣୀ ଚିକିତ୍ସାଳୟ ଓ ୧୪ ଗୋଟି ପ୍ରାଣୀ ଚିକିତ୍ସାଳୟ , ୧୬୧ ଗୋଟି ପ୍ରାଣୀଧନ ସହାୟକ କେନ୍ଦ୍ର ଏବଂ ୬୭ ଜଣ ଗୋମିତ୍ରଙ୍କ ଦ୍ୱାରା ପ୍ରାଣୀମାନଙ୍କୁ  ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।
  • ଜିଲ୍ଲା ରୋଗ ନିରୂପଣ କେନ୍ଦ୍ର ଜରିଆରେ ପଶୁପକ୍ଷୀ ମାନଙ୍କର ରକ୍ତ , ମଳ, ମୂତ୍ର ଇତ୍ୟାଦି ପରୀକ୍ଷା କରାଯାଇ ଜୀବଜନ୍ତୁ ମାନଙ୍କର ରୋଗର ସଠିକ ନିଦାନ ଓ ନିରାକରଣ କରାଯାଉଅଛି ।
  • ପିପିଲିଠାରେ ଥିବା ଜିଲ୍ଲା କୁକୁଟ୍ଟ ଚିଆଁ ଉତ୍ପାଦନ କେନ୍ଦ୍ରରୁ ଉତ୍ପାଦିତ ହେଉଥିବା ଉନ୍ନତ ମାନର କୁକୁଡା ଚିଆଁ ମାନଙ୍କୁ ଚାଷୀଙ୍କୁ ସୁଲଭ ମୁଲ୍ୟରେ ଯୋଗାଇ ଦିଆଯାଉଛି ।
  • ପିପିଲିଠାରେ ଥିବା ତୃଣ ପ୍ରଶିକ୍ଷଣ କେନ୍ଦ୍ରଠାରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଘାସଚାଷ ବିଷୟରେ ତାଲିମ ଦିଆଯାଉଛି ।
  • ପିପିଲିର ଗାଁପଡା ଓ ନିମାପଡାର ହଂସପଡାଠାରେ ଥିବା ଘାସ ଫାର୍ମରେ ବିଭିନ୍ନ ଉନ୍ନତ କିସମର ଘାସ ଚାଷ କରାଯାଇ ଗୋ ଚାଷୀମାନଙ୍କୁ ସୁଲଭ ମୁଲ୍ୟରେ ଘାସ ବିକ୍ରୟ କରାଯାଉଛି ।
  • ପ୍ରତ୍ୟେକ ମଣ୍ଡଳ ବା ବ୍ଲକରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଜରିଆରେ ଚାଷୀମାନଙ୍କୁ  ତାଙ୍କ ଦ୍ଵାରଦେଶରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।

ବିଭାଗରେ କାର୍ଯକାରୀ କରାଯାଉଥିବା ବିଭିନ୍ନ ଯୋଜନା :

  • ରାଷ୍ଟ୍ରୀୟ ପ୍ରାଣୀଧନ ଯୋଜନା ଜରିଆରେ ଘର ଅଗଣାରେ କୁକୁଡା ଚାଷ ପାଇଁ ଚୟନ ହୋଇଥିବା ଚାଷୀମାନଙ୍କୁ ୪୫ଟି ଲେଖାଏଁ  ୨୮ଦିନିଆ କୁକୁଡା ଚିଆଁ ମାଗଣାରେ ଯୋଗାଇ ଦିଆଯାଉଛି ।
  • ଦୁଗ୍ଧ ଉଦ୍ୟୋଗ ଉନ୍ନୟନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ଗୋପାଳନପାଇଁ ବ୍ୟାଙ୍କ ମାଧ୍ୟମରେ ରିହାତି ମୁଲ୍ୟରେ (୨୫% – ୩୩% ) ଋଣ ପ୍ରଦାନର ବ୍ୟବସ୍ଥା ଅଛି ।
  • ବ୍ୟବସାୟ ଭିତ୍ତିକ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ପ୍ରଗତିଶୀଳ ଚାଷୀମାନଙ୍କୁ ପ୍ରାଣୀ ପାଳନକୁ ଏକ ଉଦ୍ୟୋଗ ରୂପେ ଗ୍ରହଣ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି ।
  • ସରକରଙ୍କର କୃଷି ଓ ଆନୁଷଙ୍ଗିକ ସଂସ୍ଥା ଯେପରିକି ଓଡିଶା ଜୀବିକା ମିଶନ , ବନ୍ୟ ବିଭାଗ ,ସ୍ୱାସ୍ଥ୍ୟବିଭାଗ ଆଦିର ସହଭାଗିତାରେ ଅଗ୍ରଣୀ ଚାଷୀମାନଙ୍କ ପାଇଁ ତାଲିମ ଶିବିରର ଆୟୋଜନ କରାଯାଉଛି ।
  • ଦେଶୀ ଗାଈମାନଙ୍କଠାରୁ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଜରିଆରେ ଉନ୍ନତ ସଙ୍କର ଜାତୀୟ ଗୋସମ୍ପଦ ସୃଷ୍ଟି କରାଯାଇପାରୁଛି ।
  • ଟିକ।କରଣ ମାଧ୍ୟମରେ ଗୋରୁଗାଈଙ୍କର ବିଭିନ୍ନ ପ୍ରକାରର ସଂକ୍ରାମକ ରୋଗର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି ଯେପରିକି ସାହାଣ, ବଜବଜିଆ, ଫାଟୁଆ, ଆନ୍ଥ୍ରାକ୍ସ , ଛେଳି ବସନ୍ତ,  ପିପିଆର, ର।ଣିକ୍ଷେତ, ରାବିଜ୍ ଇତ୍ୟାଦି ।
  • ରାଜ୍ୟ ସରକାରଙ୍କ ଛେଳିପାଳନ ଯୋଜନା ମାଧ୍ୟମରେ ଛେଳି ଚାଷୀମାନଙ୍କ ପାଇଁ ୫୦ + ୩ ଗୋଟି ଛେଳି ପାଳନ ନିମନ୍ତେ ଥିବା ଯୋଜନାର ଶତକଡା ୫୦% ରିହାତିର ବ୍ୟବସ୍ଥା ଅଛି ।
  • ସଂକର ଜାତୀୟ ମାଈ ବାଛୁରୀ ପାଳନ ଯୋଜନାରେ ଉନ୍ନତ ଧରଣର ୪ – ୬ ମାସ ବଯସର  ସଂକର ଜାତୀୟ ମାଈ ବାଛୁରୀଙ୍କୁ ଚୟନ କରାଯାଇ ସେମାନଙ୍କ ପାଇଁ ୨୪ ମାସ ପର୍ଯ୍ୟନ୍ତ ସୁଷମ ଗୋଖାଦ୍ୟ  ରିହାତି ମୂଲ୍ୟରେ ଯୋଗାଇ ଦିଆଯାଇଛି ।
  • ପ୍ରାଣୀଧନ ବୀମା ଯୋଜନା ମାଧ୍ୟମରେ ପ୍ରାଣୀମାନଙ୍କର ବୀମାକରଣ  କରାଯାଇ  ପ୍ରାଣୀଟିର ଅସ୍ଵାଭାବିକ  ମୃତ୍ୟୁ ହେତୁ ହେଉଥିବା  ଆର୍ଥିକ କ୍ଷତିରୁ ଚାଷୀଟିକୁ ରକ୍ଷ। କରାଯାଇପାରୁଛି ।
  • ଧାତବ ଲବଣ ଯୋଗାଣ ଯୋଜନା ମାଧ୍ୟମରେ  କ୍ଷୀର ଉତ୍ପାଦନରେ ବୃଦ୍ଧି ଆଣିବାପାଇଁ ଚାଷୀମାନଙ୍କୁ ମାସକୁ ୩କେଜି ହିସାବରେ ୧୦ ମାସ ପର୍ଯ୍ୟନ୍ତ
  • ମୋଟ ୩୦କେଜି ଧାତବ ଲବଣ ରିହାତି ମୂଲ୍ୟରେ ଯୋଗାଇ ଦେବାର ବ୍ୟବସ୍ଥା ଅଛି ।
  • ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ସବୁଦିନିଆ ଘାସଚାଷ କରିବା ପାଇଁ ଚାଷୀମାନଙ୍କୁ ଅଧା ଏକର ପିଛା ଟଙ୍କା ୬୦୦୦/- (ସର୍ବୋଚ ୨.୫ ଏକର – ଟଙ୍କା ୩୦୦୦୦/-) ପ୍ରଦାନର ବ୍ୟବସ୍ଥା କରାଯାଇଛି ।
  • ହସ୍ତଚାଳିତ ଘାସକଟ। ଯନ୍ତ୍ର ବଣ୍ଟନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ରିହାତି ମୂଲ୍ୟରେ ଘାସକଟ। ଯନ୍ତ୍ର ଯୋଗାଇ ଦେବାର ବ୍ୟବସ୍ଥା ଅଛି ।
  • ଚାଷୀମାନଙ୍କୁ ବିନା ମୂଲ୍ୟରେ ଋତୁକାଳୀନ ଘାସ ମଞ୍ଜି ଓ ମୂଳ ଯୋଗାଇ ଦେବାର ବ୍ୟବସ୍ଥା ଅଛି ।
  • ବିଭାଗୀୟ ଅଧିକାରୀ ଓ ଚାଷୀମାନଙ୍କୁ ଉନ୍ନତ ଜ୍ଞାନ କୌଶଳ ବିଷୟରେ ଅବଗତ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହ।ରକୁ କ୍ଷେତ୍ର ପରିଦର୍ଶନ କରାଇବର ବ୍ୟବସ୍ଥା ଅଛି ।